ସାନ ପରେ ବଡ ବି ଛାଡ଼ିଲେ ସୁରଙ୍କ ହାତ

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ନିମାପଡା ନୁହେଁ ବରଂ ଜଟଣୀରୁ ସେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ସାନ ଭାଇ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହେବା ପରେ, ମନ୍ମଥଙ୍କୁ ମିଳିଛି ଭୁବନେଶ୍ୱର ଲୋକସଭା ଟିକେଟ୍ । ଆଉ ଏହାପରେ ସିଦ୍ଧାର୍ଥ ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଶନିବାର ଘୋଷଣା କରିଛନ୍ତି ।

ସିଦ୍ଧାର୍ଥ କହିଛନ୍ତି, କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଲେ ଲୋକଙ୍କ ପାଖକୁ ଭିନ୍ନ ବାର୍ତ୍ତା ଯିବ । ବାପା ଯାହା ଭୁଲ କରିଛନ୍ତି, ତାକୁ ଠିକ୍ କରିବା ହେଉଛି ବଡପୁଅର ଦାୟିତ୍ୱ । ତେବେ କଂଗ୍ରେସ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଓ ସମର୍ଥନ ରହିଛି । ପୂର୍ବ ଅପେକ୍ଷା କଂଗ୍ରେସ ଏବେ ଆହୁରି ଅଧିକ ସ୍ୱଚ୍ଛ ହେଇଛି । ହେଲେ ସେ ଯଦି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢନ୍ତି, ତେବେ ଲୋକଙ୍କ ପାଖକୁ ଭୁଲ୍ ମେସେଜ୍ ଯିବ, ତେଣୁ ସେ ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ଜଟଣୀଙ୍କୁ ମାଫିଆଙ୍କ ହାତରେ ଛାଡି ହେବ ନାହିଁ । ଜିତ୍ ଆଉ ହାର୍ ଯାହା ହେଉ ନା କାହିଁକି ସେ ନିର୍ବାଚନ ଲଢିବେ ବୋଲି ସିଦ୍ଧାର୍ଥ ରାଉତରାୟ କହିଛନ୍ତି ।

Comments are closed.