ରକ୍ଷକ ସାଜିଲା ଭକ୍ଷକ, ଦୁଷ୍କର୍ମ ଅଭିଯୋଗରେ ବନ୍ଧାରେ ହେଲେ ଦୁଇ ବିଏସ୍ଏଫ୍ ଯବାନ
କୋଲକାତା: ରକ୍ଷକ ସାଜିଲା ଭକ୍ଷକ। ଦୁଷ୍କର୍ମ ଅଭିଯୋଗରେ ବନ୍ଧାରେ ହେଲେ ଦୁଇ ବିଏସ୍ଏଫ୍ ଯବାନ। ଉତ୍ତର ୨୪ ପରଗଣା ବାଗଦାଦରେ ଭାରତ-ବାଂଗଲାଦେଶ ବର୍ଡର ନିକଟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଶୁକ୍ରବାର ରାତିରେ ଦୁଇ ଯବାନଙ୍କୁ ଗିରଫ କରାଯାଇଥିବା ପାରାମିଲିଟାରୀ ଫୋର୍ସ ପକ୍ଷରୁ ସୂଚନା ମିଳିଛି।
ଅଭିଯୁକ୍ତ ଦୁଇ ଜଣ ହେଲେ ୬୮ ବାଟାଲିଅନର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏସ୍ପି ଚେରୋ ଓ କନଷ୍ଟେବଳ ଅଲତାବ ହୁସେନ୍। ଏଦୁଇ ଜଣ ବଗଦାର ବଜିତପୁର ଅଞ୍ଚଳରେ ନିୟୋଜିତ ଥିଲେ। ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ଦୁଇ ଜଣ ଯବାନଙ୍କୁ ପଶ୍ଚିମବଙ୍ଗ ପୁଲିସକୁ ହସ୍ତାନ୍ତର କରାଯିବ। ତେବେ ଧରାପଡ଼ିବା ପରେ ଉଭୟଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କୋର୍ଟ ଅଫ୍ ଇନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି।
Comments are closed.