ଶ୍ରୀମନ୍ଦିର ଚାରି ପାଖରେ ଲାଗିବ ୧୪୪ ଧାରା !!
ପୁରୀ :ଶ୍ରୀମନ୍ଦିର ଚାରି ପାଖରେ ଲାଗିବ ୧୪୪ ଧାରା ! ଆଲୋକର ପର୍ବ ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବା ସହ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ନିର୍ଦ୍ଦେଶନାମା ଅନୁସାରେ ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ । କୋଭିଡି କଟକଣା ଉଲଂଘନ ହେବା,ପ୍ରଦୂଷଣ ବଢିବା ତଥା ବିପୁଳ ଜନସମାଗମ ହେବା ଆଶଙ୍କାରେ କାଉଁରିଆ କାଠି ଜାଳିବାପାଇଁ ବାରଣ କରାଯାଇଛି |
Comments are closed.