ସଡକ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ

ଭୁବନେଶ୍ୱର : ଗତକାଲି ଦିନ 4ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା, ଚାନ୍ଦୋଳ ବଜାର କାକଡ଼ିଆ ଠାରେ ଏକ ମାର୍ମଦୂତ ସଡ଼କ ଦୁର୍ଘଟଣା ଘଟି, ସ୍କୁଟି ଚାଳଙ୍କ ଙ୍କ ମୁର୍ତ୍ତୃ ଘଟିଛି, ଖବର ମୁତାବକ ସ୍କୁଟି ଚାଳକ ଓ ଅନ୍ୟ ଏକ ପିକଅପ ଭ୍ୟାନ ସହ ଧକା ହେବା ଫଳରେ, ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳିଛି, ସୂଚନା ଅନୁଯାଇ ମୃତକ ହେଉଛନ୍ତି ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଗ୍ରାମର 58ବର୍ଷୀୟ ଯୁବକ ନିରଞ୍ଜନ ନାୟକ।

ସେ ସ୍ବର୍ଗତ ପଞ୍ଚାନନ ନାୟକଙ୍କ ଏକ ମାତ୍ର ପୁଅ. ବୃତ୍ତିରେ ସେ ଥିଲେ ଜଣେ ଭଲ ମିଠା କାରିଗର. ଗତକାଲି କୌଣସି ଜରୁରୀ କାମରେ ସେ ଭୁବନେଶ୍ୱର ଯାଉଥିବା ବେଳେ ଚାନ୍ଦୋଳ ବଜାର କାମଡ଼ିଆ ଠାରେ, ସଡ଼କ ଦୁର୍ଘଟଣା ରେ ସେ ମୃତ୍ୟୁ ବରଣ କରିଛନ୍ତି. ବର୍ତମାନ ତାଙ୍କ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଛି।

Comments are closed.