ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗ ରେ ୧୪.୪ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ

0

କେନ୍ଦୁଝର, ଆଜି କେନ୍ଦୁଝର ସହରର ଅଡିଟୋରିଅମ ହଲ ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ସଂମାନିତ ଅତିଥି ଭାବେ ସଦର ବିଧାୟକ ଶ୍ରୀ ମୋହନଚରଣ ମାଝୀ, ପାଟଣା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାଏକ, ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତିନ କୁସଲକର ଦାଗୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାର ଉନ୍ନୟନ ଅଧିକାରୀ ଗୋରୀମଣି ନାଏକ, ନିର୍ବାହୀ ଅଧିକାରୀ ଜିଲ୍ଳାପରିସଦ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡ଼ିଏଫଓ) ଶ୍ରୀ ଧନରାଜ୍ ଏଚ୍ ଡ଼ି ଏବଂ ତିନିଜଣ ଉପଜିଲ୍ଲାପାଳ ଉପସ୍ଥିତ ରହି ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ବର୍ତମାନ ଖଣିଜ ସମ୍ପଦ କ୍ଷେତ୍ରରେ ଭାରତରେ କେନ୍ଦୁଝର ଜିଲ୍ଲାର ପରିଚୟ ପାଇଥିବା ବେଳେ ଆଗକୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିଚୟ ଆଣିବ କହିଥିଲେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କ ଅଭିଭାଷଣ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ୬୨ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖିଥିଲେ । ୧୪.୪ କୋଟି ଟଙ୍କା ଜିଲ୍ଲାର ୯୯୯୧ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ କୁ ଟ୍ରାନ୍ସଫର କରାଯାଇଛି । ଡ଼ିଏମ୍ଏଫ ମାଧ୍ୟମରେ ନୂତନ ଭାବେ କିଛି ଯୋଜନାର ଲୋକାର୍ପଣ ହୋଇଯାଇଛି ।

କେନ୍ଦୁଝର ଜିଲ୍ଲା ବର୍ତ୍ତମାନ ଭାରତର ପ୍ରଥମ ସ୍ଥାନ ହେବ ଯେଉଁଠି ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଡ଼ିଏମ୍ଏଫ ମାଧ୍ୟମରେ ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଜିଲ୍ଲାର କୃତି ଛାତ୍ରଛାତ୍ରୀ ମାନେ ପଢିବାର ସୁଯୋଗ ପାଇଛନ୍ତି ଆଗକୁ ମଧ୍ୟ ଏହା ଜାରୀରହିବ ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଅଭିଭାଷଣ ମାଧ୍ୟମରେ କହିଥିଲେ । ଅତିଥି ମାନଙ୍କର କରକୋମଳରେ ଡ଼ିଏମ୍ଏଫ ଅନନ୍ୟା ଏବଂ ଡ଼ିଏମ୍ଏଫ ଉତ୍କର୍ଷ ଯୋଜନା ଶୁଭାରମ୍ଭ ହୋଇଯାଇଛି ।

Leave A Reply

Your email address will not be published.