ସ୍କୁଲ ବସ ଦୁର୍ଘଟଣା, ବନ୍ଧା ହେଲେ ସ୍କୁଲ ପ୍ରିନ୍ସିପାଲ୍

ହରିୟାଣାର ମହେନ୍ଦ୍ରଗର ଜିଲ୍ଲା କାନିନା ଦାଦ୍ରି ରାସ୍ତାରେ ଗତକାଲି ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଛାତ୍ରଛାତ୍ରୀ ଆଖି ବୁଜିଥିବା ବେଳେ ୨୦ରୁ ଅଧିକ ପିଲା ଗୁରୁତର ହୋଇଛନ୍ତି। ଏହି ଘଟଣାରେ ୩ ଜଣ ବନ୍ଧା ହୋଇଥିବା ବେଳେ ସ୍କୁଲକୁ ଦିଅଯାଇଛି କାରଣ ଦର୍ଶାଓ ନୋଟିସ୍‌। ଏଥିସହ ସ୍କୁଲର ଅନୁମୋଦନକୁ ବାତିଲ କରିବାକୁ ବି ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି।

ଗିରଫମାନଙ୍କ ମଧ୍ୟରେ ସ୍କୁଲ ପ୍ରିନ୍ସିପାଲ, ସ୍କୁଲର ଜଣେ ଅଧିକାରୀ ଓ ବସ୍‌ ଡ୍ରାଇଭର ଥିବା ଜଣାଯାଇଛି। ଏହି ମାମଲାର ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଗତକାଲି ଇଦ୍‌ରେ ସରକାରୀ ଛୁଟି ଥିବା ବେଳେ କ’ଣ ପାଇଁ ସ୍କୁଲ ଖୋଲା ଯାଇଥିଲା ସେ ନେଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ୍‌।

Comments are closed.