ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାମରେ ମାମଲା ରୁଜୁ

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ ରୁଜୁ ହେଲା ମାମଲା । ଏକ ସ୍କାମର ପ୍ରମାଣ ଚୋରି କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଅଲମୋରାରେ ଥିବା ଏକ କୋର୍ଟରେ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏହି ଘଟଣାରେ ନରେଶ କୁମାରଙ୍କ ଅଧିନସ୍ଥ YVVJ ରାଜଶେଖରଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି।

ଗତ ମାସ ୨ ତାରିଖରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ Pleasant Valley Foundation ନାମକ ଏନଜିଓ ସଂସ୍ଥା ତରଫରୁ ଅଲମୋରା କୋର୍ଟରେ ହୋଇଥିବା ମାମଲାକୁ କୋର୍ଟ ଗ୍ରହଣ କରିଥିଲେ। ଏଥିସହ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ରେଭିନ୍ୟୁ ପୁଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.