ବଲିଉଡକୁ ବାଏ ବାଏ କହିବେ କୁଇନ୍‌ କଙ୍ଗନା ରଣାଓ୍ୱତ

ବଲିଉଡକୁ ବାଏ ବାଏ କହିବେ କୁଇନ୍‌ କଙ୍ଗନା ରଣାଓ୍ୱତ। ଯଦି ସେ ନିର୍ବାଚନ ଜିତନ୍ତି ତେବେ ବଲିଉଡ ଛାଡି ଦେବେ। ପୂରାପୁରି ରାଜନୀତିରେ ସକ୍ରିୟ ରହି ଲୋକଙ୍କ ପାଇଁ କାମ କରିବେ। ଏକଥା ଆମେ କହୁନୁ। ନିକଟରେ ଏକ ସାକ୍ଷାତକାର୍‌ରେ ଏଭଳି କିଛି ଘୋଷଣା କରିଛନ୍ତି ଖୋଦ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ।

କଙ୍ଗନା ନିକଟରେ ଏକ ସାକ୍ଷାତକାର୍‌ରେ ଇସାରା କରି କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡକୁ ବାଏ ବାଏ କହିବେ। କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ ଯଦି ମୋ ସହ ଯୋଡି ହେବାକୁ ଚାହାନ୍ତି ତେବେ ମୁଁ କେବଳ ରାଜନୀତି ହିଁ କରିବି। କହିବାକୁ ଗଲେ ଗୋଟେ ସମୟରେ ମୁଁ କେବଳ ଗୋଟିଏ ହିଁ କାମ କରିବାକୁ ଚାହେଁ ବୋଲି କଙ୍ଗନା କହିଛନ୍ତି।

Comments are closed.