ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର

ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଯାଇଥିଲେ। ନିର୍ବାଚନୀ ସଭାରେ ପ୍ରଚାର ପରେ ନିର୍ଦ୍ଧାରିତ ସମୟରେ ଖଡ଼ିଆଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ପ୍ରାୟ ୩ଟାରୁ ସାଢ଼େ ୩ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାପୋର୍ଟର ଆକାଶ ମାର୍ଗରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଠିକ୍‌ ସେହି ସମୟରେ କାଳବୈଶାଖୀ ପବନ ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ଘଣ୍ଟାଏରୁ ଅଧିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱରର ଆକାଶ ମାର୍ଗରେ ଚକ୍କର କାଟିଥିଲା। ପରେ ହେଲିକପ୍ଟରଟି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କରିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

Comments are closed.