ସନାତନ ଧର୍ମ ବିବାଦ; ଏମିତି କହିଲା କଂଗ୍ରେସ

ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ଡିଏମକେର ଜଣଙ୍କ ପରେ ଜଣେ ନେତା ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେବାକୁ ବିବାଦ ସୃଷ୍ଟି ହୋଇଛି। ଡିଏମକେ ଇଣ୍ଡିଆ ମେଣ୍ଟରେ ଥିବାରୁ ବିଜେପି ସିଧାସଳଖ ପୂରା ଗ୍ରୁପ୍‌କୁ ଟାର୍ଗେଟ କରୁଛି। ଦିନକୁ ଦିନ ରାଜନୀତିକ ବୟାନବାଜୀ ତୀବ୍ର ହେଉଥିବାରୁ ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ କଂଗ୍ରେସ ବେଶ ମାପିଚୁପି ବୟାନ ଦେଇଛି।

ଗୁରୁବାର କଂଗ୍ରେସ କହିଛି ଯେ “ବିରୋଧୀ ମେଣ୍ଟ ଇଣ୍ଡିଆ ସବୁ ଧର୍ମ ଓ ଜାତିକୁ ସମ୍ମାନ ଦିଏ।” ଡିଏମକେର ଉଦୟନିଧିଙ୍କ ପରେ ବୁଧବାର ସାଂସଦ ଏ ରାଜା ସନାତନ ଧର୍ମକୁ ଏଚଆଇଭି ଓ କୁଷ୍ଠ ଭଳି ରୋଗ ସହ ତୁଳନା କରିଥିଲେ।

ଏ ସମ୍ପର୍କରେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି, “କଂଗ୍ରେସ ସବୁବେଳେ ସର୍ବଧର୍ମ ସମ୍ଭବରେ ବିଶ୍ୱାସ କରେ। ଏଠାରେ ପ୍ରତିଟି ଧର୍ମ ଓ ପ୍ରତିଟି ବିଶ୍ୱାସ ପାଇଁ ସ୍ଥାନ ରହିଛି। କେହି ବି ଗୋଟିଏ ଆସ୍ଥାକୁ ଅନ୍ୟ ଆସ୍ଥା ସହ ତୁଳନାରେ ଛୋଟ କରି ଦେଖାଇ ପାରିବେ ନାହିଁ। ଏସବୁ ମନ୍ତବ୍ୟ ପାଇଁ ସମ୍ବିଧାନ ଅନୁମତି ଦେଇ ନାହିଁ କିମ୍ବା ଭାରତୀୟ ଜାତୀୟ କଂଗ୍ରେସ ଏଥିରେ ବିଶ୍ୱାସ ରଖେ ନାହିଁ।”

ଖେଡା କହିଛନ୍ତି ଯେ ଏହି ପ୍ରସଙ୍ଗ ସହଯୋଗୀ ଡିଏମକେ ଆଗରେ ଉଠାଇବାର କୌଣସି ଆବଶ୍ୟକ ନାହିଁ। କାରଣ ଆମ ମେଣ୍ଟରେ ଥିବା ସଦସ୍ୟମାନେ ସବୁ ଧର୍ମକୁ ସମ୍ମାନ କରିବା ପାଇଁ ଜଣାଶୁଣା। ଯଦି ଆପଣମାନେ କାହାର ମନ୍ତବ୍ୟକୁ ଟ୍ୱିଷ୍ଟ କରିବେ, ତା’ହେଲେ ଆପଣମାନେ ବେଶ ଆରାମରେ ଏହା କରିପାରିବେ।

Comments are closed.