ଆଜି ମୋଦୀଙ୍କ ସହ ଡିନର କରିବେ ବାଇଡେନ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଆଜି ସେ ଭାରତରେ ପହଞ୍ଚିବେ। ତାଙ୍କର ଗସ୍ତର ପ୍ରଥମ ଦିନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିବେ। ହ୍ବାଇଟ ହାଉସରୁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ଜର୍ମାନୀ, ଭାରତ ଏବଂ ଭିଏତନାମର ତିନି ଦିନିଆ ଗସ୍ତରେ ବାଇଡେନ୍‌ ଅଧିକାଂଶ ସମୟ ଭାରତରେ ରହିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ୍‌ ଡେନଙ୍କୁ ଡିନର୍‌ ପାଇଁ ନିମନ୍ତ୍ରଣ କରିଛନ୍ତି। ଉଭୟ ନେତା ଶୁକ୍ରବାର ସନ୍ଧ୍ୟା ୭.୩୦ରେ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଭେଟିବେ। ଆଜି ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହେବ।

ଆମେରିକାର ରାଷ୍ଟ୍ରପତି ହେବା ପରେ ଏହା ଜୋ ବାଡେନଙ୍କର ପ୍ରଥମ ଭାରତ ଗସ୍ତ। ୨୦୨୦ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିଥିଲେ। ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ ସ୍ବତନ୍ତ୍ର ଡିନର୍‌ ହେବ। ଏହାର ୩ ମାସ ପୂର୍ବରୁ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଜୋ ବାଇଡେନ ତାଙ୍କ ପାଇଁ ହ୍ବାଇଟ ହାଉସରେ ଏକ ସ୍ବତନ୍ତ୍ର ଡିନର୍‌ର ଆୟୋଜନ କରିଥିଲେ।

Comments are closed.