ଏନସିବି ମୁଖ୍ୟଙ୍କୁ ଭେଟିବେ ସମୀର ୱାଙ୍ଖେଡେ
ନୂଆଦିଲ୍ଲୀ- ମୁମ୍ବାଇ ଡ୍ରଗ୍ସ ମାମଲାରେ ଲାଞ୍ଚ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ତଦନ୍ତ ଆରମ୍ଭ ହେବାର ଦିନକ ପରେ ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ମଙ୍ଗଳବାର ଏନ୍ସିବି ମହାନିର୍ଦ୍ଦେଶକ ଏସ୍ଏନ୍ ପ୍ରଧାନଙ୍କୁ ଭେଟିବେ ତେଣୁ ସମୀର ୱାଙ୍ଖେଡେ ଆଜି ଦିଲ୍ଲୀ ପହଂଚିଛନ୍ତି । ଲାଞ୍ଚ ନେବା ଅଭିଯୋଗକୁ ନେଇ ତାଙ୍କୁ ଦିଲ୍ଲୀ ଡାକରା ହୋଇନାହିଁ ବୋଲି ଦିଲ୍ଲୀ ପହଂଚିବା ପରେ ସମୀର ଗଣମାଧ୍ୟମକୁ କହିଛନ୍ତି | ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ସମୀର ୱାଙ୍ଖେଡେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରିୟନ ଖାନଙ୍କୁ ଗିରଫ କରିଥିଲେ |
Comments are closed.