ପ୍ରାର୍ଥୀ ପତ୍ର କଲେ ରୁଦ୍ରଙ୍କ ପତ୍ନୀ

ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିପରି ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ୬ତାରିଖରେ ନାମାଙ୍କନପତ୍ର ଦାଖଲ ଶେଷ ହେବା ପରେ ୭ରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ଉଭୟଙ୍କ ନାମାଙ୍କନ ପତ୍ର ବୈଧ ଥିଲା। ତେବେ ଜାଗୃତି ବୁଧବାର ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏହି ଦମ୍ପତିଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Comments are closed.