ଜୁଏଲଙ୍କ କୁଶ ପୂତଳିକା ଦାହ କଲେ ରାଉରକେଲାବାସୀ
ପିଠିରେ ବ୍ୟାଗ ଓ ହାତରେ ତ୍ରିରଙ୍ଗା ଧରି ରାଉରକେଲାରୁ ଦିଲ୍ଲୀ ୧୩୫୦ କିଲୋମିଟର ପଦଯାତ୍ରା କରିଥିବା ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିନପାରି ନିରାଶ ହୋଇଛନ୍ତି । ଏନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତୀ ଜୁଏଲ୍ ଓରାମ ଏହାକୁ ରାଜନୈତିକ ଷଡଯନ୍ତ କହିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବିକୁ ନେଇ ଲୋକପ୍ରିୟତା ହାସଲ କରିବା ପାଇଁ ଚାହାନ୍ତି ବୋଲି ମିଡିଆ ଆଗରେ କହିଛନ୍ତି । ଯାହାକୁ ନେଇ ରାଉରକେଲା ବାସୀଙ୍କ ମନରେ କ୍ଷୋଭ ସୃଷ୍ଟି ହେବା ସହିତ ଜୁଏଲଙ୍କ କୁଶ ପୂତଳିକାରେ ନିଆଁ ଲଗାଇ ବିରୋଧ କରିଛନ୍ତି । ଏହାର ଶୀଘ୍ର କିଛି ପ୍ରତିକାର କରାନଗଲେ ଧାରଣାରେ ବସିବେ ବୋଲି ଚେତାବନୀ ବି ଦେଇଛନ୍ତି ରାଉରକେଲାବାସୀ । ଏନେଇ ବିଜେପି ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଏହା ସ୍ପଷ୍ଟ କରାଯାଇଛି ଯେ ମୁକ୍ତିକାନ୍ତଙ୍କୁ ଜୁଏଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ କୌଣସି ଦୁର୍ବ୍ୟବହାର କରାଯାଇନାହିଁ । ଜୁଏଲ ମୁକ୍ତିକାନ୍ତଙ୍କୁ କେବଳ ବୁଝାଇଥିଲେ ଯେ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରାଯାଇପାରିବ ।
Comments are closed.