ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଅଧ୍ୟାପକଙ୍କୁ ୭ମ ବେତନ କମିସନର ପେନସନ ଲାଗୁ

ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଶିକ୍ଷକମାନଙ୍କୁ ୭ମ ବେତନ କମିସନ ଦ୍ୱାରା ପେନସନ ଲାଗୁ କରାଯିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଏହା ଦ୍ୱାରା ରାଜ୍ୟରେ ଥିବା ୧.୪୮ ଲକ୍ଷ ପେନସନ ଭୋଗୀ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ରାଜ୍ୟ ରାଜ୍ୟକୋଷରୁ ପ୍ରାୟ ୨୦ ରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରିବା ବେଳେ ଏନେଇ ଅର୍ଥ ବିଭାଗ ପକ୍ଷରୁ ଟ୍ରେଜେରି ନିର୍ଦ୍ଦେଶାଳୟ ଓ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟକୁ ନିର୍ଦ୍ଦେଶ କରାଯାଇଛି ।

Comments are closed.