ବାଇକକୁ ଧକ୍କା ଦେଲା କାର୍, ୧ ମୃତ ୧ ଆହତ

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ୧୬ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, କଟକରୁ ବାଲେଶ୍ୱରକୁ ଯାତ୍ରା କରୁଥିବା ଏକ କାର୍ ଆଗରେ ଯାଉଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଆହତ ଅଛନ୍ତି ।

Comments are closed.