ଅଇଁଠାପାଲିରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲା ବାଇକ ଆରୋହିଙ୍କ ଜୀବନ

ସମ୍ବଲପୁର, ରମାକାନ୍ତ ବିଶ୍ୱ।ଳ : ସମ୍ବଲପୁର ସହରର ମୁଖ୍ୟ ପ୍ରବେଶପଥ ଅଇଁଠାପାଲି ଛକ ବର୍ତମାନ ମରଣଜନ୍ତାରେ ପରିଣତ ହୋଇଛି । ଅଇଁଠାପାଲି ଛକରେ ରାସ୍ତା ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି । ଆଜି ସକାଳ ପ୍ରାୟ ୧୦ ସମୟରେ OR-09-N-6555 ନମ୍ବର ବିଶିଷ୍ଟ ଏକ ଟ୍ରକ ଏକ ବାଇକ ଆରୋହିକୁ ଧକ୍କା ଦେଇଥିଲା । ଟ୍ରକ ଟି ଏତେ ଯୋର ରେ ବାଇଟକୁ ଧକ୍କା ଦେଇଥିଲା ଯେ ବାଇକଟି ଟ୍ରକର ଫଛପଟ ଚକ ତଳେ ଚାପି ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବାଇକ ଆରୋହିଙ୍କ ଜିବନ ରକ୍ଷା ପାଇଯାଇଥିବା ବେଳେ ବାଇକଟି ସଂପୂର୍ଣ୍ଣ ଭାବରେ ଭାଙ୍ଗି ନଷ୍ଟ ହୋଇଯାଇଛି । ଏଥି ଦୁର୍ଘଟଣା ଯୋଗୁ ବହୁ ସମୟ ଧରି ଅଇଁଠାପାଲି ଜାତୀୟ ରାଜପଥରେ ଟ୍ରାଫିକ ଜାମ ଲାଗିରହିଥିଲା । ଅନ୍ୟ ପଟେ ଏହି ବ୍ୟସ୍ତବହୁଳ ଅଇଁଠାପାଲି ଛକରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜିବନ ଯାଉଥିବା ବେଳେ ଏଠାରେ ଯାନବାହନ ନିଅନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ଠିକ କରିବାର ଆବଶ୍ୟକତା ରହିଛି । ବିଶେଷ କରି ସକାଳ ଓ ସଂଧ୍ୟା ସମୟରେ ଏଠାରେ ଟ୍ରାଫିକ ପୋଲିସକୁ ମୁତୟନ କରିବା ପାଇଁ ସାଧାରଣରେ ପୁଣିଥରେ ଦାବି ଯୋର ଧରିଛି ।

Comments are closed.