ଅଟୋକୁ ଧକ୍କା ଦେଲା କାର୍, ୫ ଆହତ

ରଣପୁର, ନୟାଗଡ, ଚିରଞ୍ଜିବି ଦାଶ  : ଅଟୋ କୁ ଧକ୍କା ଦେଲା କାର, ଫଳରେ ଅଟୋରେ ଥିବା 5ଯାତ୍ରୀ ହେଲେ ଗୁରୁତର l ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଠାରେ l ସୂଚନା ଅନୁସାରେ OD02AD1386 ନମ୍ବର ବିଶିଷ୍ଟ ଏକ ଅଟୋ ରଣପୁର ରୁ 5ଜଣ ଯାତ୍ରୀ ନେଇ ବଳଭଦ୍ରପୁର ଅଭିମୁଖେ ଯାଉଥିବା ବେଳେ ରଣପୁର ବ୍ଲକ ଠାରେ ଆଗପଟୁ ବାସୁଦିଆରୁ ରଣପୁର ଅଭିମୁଖେ ଆସୁଥିବା OD02BN4045 ନମ୍ବର ବିଶିଷ୍ଟ ଏକ କାର ଅଟୋ କୁ ଧକ୍କା ଦେଇଥିଲା l ଯାହା ଫଳରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ସେଥିରେ ଥିବା 5ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ l ସମସ୍ତ ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକମାନଙ୍କୁ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ଗୁରୁତର ମାନେ ହେଲେ 1-ଦେବସ୍ମିତା ଜେନା,2-ମାଳତୀ ପରିଡା,3-ପୁଷ୍ପଲତା ସାହୁ,4-ଭାନୁମତି ସାହୁ,5-ଗୀତାଞ୍ଜଳି ପ୍ରଧାନ l ଏମାନେ ସମସ୍ତେ ବଳଭଦ୍ରପୁର ଅଞ୍ଚଳର ବୋଲି ଜଣା ପଡିଛି l ସ୍ଥାନୀୟ ଲୋକମାନେ କାର ଟିକୁ ଅଟକ ରଖିଥିବା ବେଳେ ପୋଲିସକୁ ଖବର ଦେଇଛନ୍ତି l

Comments are closed.