ରାଜ୍ୟରେ ପର୍ବପର୍ବାଣି ନେଇ ଲାଗିଲା କଟକଣା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଝାମୁ, ଦଣ୍ଡ ଓ ଇଷ୍ଟର ଉପରେ କଟକଣା ଲାଗିଛି । ଗୁଡଫ୍ରାଇଡେ, ଶ୍ରୀରାମ, ପଣା ସଂକ୍ରାନ୍ତି ଉପରେ କଟକଣା ଲାଗିଛି । କରୋନାକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ଏସଆରସି । ସର୍ବସାଧାରଣ ସ୍ଥାନରେ ପାଳନ ଉପରେ କଟକଣା ଲାଗିଛି । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ଚର୍ଚ୍ଚ, ମନ୍ଦିର କେତେ ଜଣ ଯାଇପାରିବେ, ତାହାର ନିଷ୍ପତ୍ତି ପ୍ରଶାସନ ନେବ । ସ୍ଥାନୀୟ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ଏନେଇ ନିଷ୍ପତ୍ତି ନେବେ ।
ତେବେ ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ଏସଆରସି । କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରିଛନ୍ତି ଏସଆରସି । ସୀମିତ ଲୋକଙ୍କୁ ନେଇ କୋଭିଡ ନିୟମ ମାନି ଧାର୍ମିକ ସ୍ଥଳରେ ପୂଜା କରିହେବ । ନିର୍ଦେଶ ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।
Comments are closed.