ଅଭିନେତା ଆର ମାଧବନ୍ କରୋନା ପଜିଟିଭ୍
ମୁମ୍ବାଇ,୨୫ ।୩: ବଲିଉଡକୁ ଘାରିଛି କରୋନା ଚିନ୍ତା । ଜଣଙ୍କ ପରେ ଜଣେ ଅଭିନେତା କରୋନାରେ ସଂକ୍ରମଣ ହେବାରେ ଲାଗିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତା ଆର ମାଧବନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ମାର୍ଚ୍ଚ ୨୪ ବୁଧବାର ଦିନ ଆମୀର ଖାନଙ୍କ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।
ସମସ୍ତ ପ୍ରେମ ପାଇଁ ଧନ୍ୟବାଦ ଦେବା ସହ ସେ ସୁସ୍ଥ ଥିବା କହିଛନ୍ତି ମାଧବନ୍ । ସେ ଏବେ ସଙ୍ଗରୋଧରେ ରହୁଛନ୍ତି ଏବଂ ସମସ୍ତ କରୋନାର ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି । ଏହା ସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମଧ୍ୟ ଏହି କରୋନ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।
Comments are closed.