ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଦଶପଲ୍ଲା ବିଧାୟକଙ୍କ କରକମଳରେ ହୋଟେଲ୍ ନୁପୁର ଏବଂ ରେଷ୍ଟୁରାଣ୍ଟ ଉଦଘାଟିତ

ନୂଆଗାଁ, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ବସ୍ ଷ୍ଟାଣ୍ଡ ନିକଟସ୍ଥ ନୁପୁର ପରିବାର ତରଫରୁ ନିର୍ମିତ ନୁପୁର ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଉଦ୍ଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ହୋଟେଲ୍ ନୁପୁର ଏବଂ ରେଷ୍ଟୁରାଣ୍ଟ କୁ ଉଦ୍ଘାଟିତ କରିଥିଲେ।ଉଦ୍ଘାଟନ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ, ଉପା ଧ୍ୟକ୍ଷା, ଦଶପଲ୍ଲା ବ୍ଲକ୍ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ, ଙ୍କ ସମେତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି, ବହୁ ବରିଷ୍ଠ ବିଜେଡ଼ି ସଂଗଠକ , ବରିଷ୍ଠ କର୍ମୀ ଙ୍କ ସମେତ ହୋଟେଲ୍ ନୁପୁର ଏବଂ ରେଷ୍ଟୁରାଣ୍ଟ ର ସଦସ୍ୟ ସଞ୍ଜୟ କୁମାର ସାହୁ ,ବିଜୟ କୁମାର ସାହୁ ଉପସ୍ଥିତ ଥିଲେ।ଲୋକ ମାନଙ୍କ ପାଇଁ ଏବଂ ପରିବାର ର ସମସ୍ତ ସଦସ୍ୟ ଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ସହିତ ମିଷ୍ଟାନ୍ନ ଉପଲବ୍ଧ ରହିବ ବୋଲି ନୂପୁର ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ୱନର ସଞ୍ଜୟ କୁମାର ସାହୁ କହିଛନ୍ତି।

Comments are closed.