ଏମିତି ଦୂର କରନ୍ତୁ ତ୍ୱଚାରୁ କଳା ଦାଗ
ଭୁବନେଶ୍ୱର : ତ୍ୱଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଅନେକ ଲୋକଙ୍କ କ୍ଷେତ୍ରରେ ତ୍ୱଚାରେ କଳାଦାଗ ପଡିବା ମଧ୍ୟ ଦେଖା ଦେଇଥାଏ । ତେବେ ତ୍ୱଚାରେ କଳାଦାଗ ଦେଖା ଦେଉଥିଲେ,
ଫ୍ରେଶ୍ ମଲାଇରେ ଲେମ୍ବୁ ରସ ମିଶାଇ, ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ରଖିବେ । ଏହା ଶୁଖିବା ପରେ ତ୍ୱଚାକୁ ଧୋଇ ସଫା କରିବେ ।
ତୁଳସୀ ପତ୍ରକୁ ପେଷ୍ଟ କରି ସେଥିରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇବା ଦ୍ବାରା, ଏହା କଳାଦାଗ ଦୂର କରିବା ସହିତ, ଡାର୍କ ସର୍କଲକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ ।
ପ୍ରତିଦିନ ଡାଏଟରେ ତାଜା ଫଳ ସାମିଲ କରିବା ଉଚିତ୍ । ଏହା ସହିତ ଡାଳିମ୍ବ ଏବଂ ଗାଜରରୁ ପ୍ରସ୍ତୁତ ଜୁସ୍ ସେବ କରିବା ଭଲ । ଏହା ଏହି ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।
Comments are closed.