ଏପରି ବନାନ୍ତୁ ଠେକୁଆ ସ୍ନାକ୍ସ

ଭୁବନେଶ୍ୱର: ଚା’ ସହିତ କିଛି ସ୍ନାକ୍ସ କିମ୍ବା କୁକିଜ୍‌ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ତା ସହ ନୂଆ ନୂଆ ସ୍ନାକ୍ସର ସ୍ୱାଦ ଚାଖିବାକୁ ସମସ୍ତେ ଚାହାଁନ୍ତି। ତେଣୁ ଆମେ ଆଜି ଆପଣଙ୍କୁ ଏକ ନୂଆ ରେସିପି ନେଇ ଆସିଛୁ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
ଗହମ ଅଟା – ୫୦୦ ଗ୍ରାମ୍‌
ଗୁଡ – ୨୫୦ ଗ୍ରାମ୍‌
ଅଳେଇଚ ଗୁଣ୍ଡ – ୧୦ଟି
ନଡିଆ କୋରା – ୧ କପ୍‌

ପ୍ରସ୍ତୁତି ପ୍ରଣାଳୀ
ଠେକୁଆ ବନାଇବା ପାଇଁ ସର୍ବପ୍ରଥମେ ଗୁଡକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଦିଅନ୍ତୁ। ଏହାପରେ ଏକ ବଡ ପାତ୍ରରେ ୧ କପ୍‌ ପାଣି ଏବଂ ଗୁଡ ମିଶାଇ ତାକୁ ଫୁଟିବା ଯାଏ ଆଞ୍ଚରେ ବସାନ୍ତୁ। ଏହାପରେ ଗୁଡର ସିରାରେ ଅଟାକୁ ଭଲଭାବେ ମିଶାନ୍ତୁ। ଏବେ ଅଟାରେ କୁଟି ରଖିଥିବା ଅଳେଇଚ ଏବଂ ନଡିଆ କୋରା ପକାଇ ମିକ୍ସ କରନ୍ତୁ। ଏହାପରେ ଅଳ୍ପ ପାଣି ମିଶାଇ ଅଟାକୁ ପାପୁଲି ସାହାଯ୍ୟରେ ଚକଟନ୍ତୁ। ଏହାକୁ ଭଲଭାବେ ମିଶାଇବା ପରେ ଛୋଟ ଛୋଟ ଗୋଲା କରି ହାତରେ ହାଲକା ଦବାଇ ଦିଅନ୍ତୁ। ଏବେ କଡାରେ ତେଲ ଗରମ କରି ଠେକୁଆକୁ ପକାଇ ଛାଣି ଦିଅନ୍ତୁ। ଯେତେବେଳେ ଏହା ଗୋଲଡେନ୍‌ ବ୍ରାଉନ୍‌ ହୋଇଯିବ ସେତେବେଳେ ତାକୁ କଡାରୁ ବାହାର କରି ପ୍ଲେଟରେ ରଖିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବିହାର ପ୍ରସିଦ୍ଧ ଠେକୁଓ୍ଵା।

Comments are closed.