ଫିଲ୍ମ ଫେଷ୍ଟିଭାଲ ଯୋଗଦେବାର ପ୍ରମୁଖ ୫ଟି କାରଣ

ସାଧାରଣତଃ ମନୋରଞ୍ଜନ ପାଇଁ ଆମେ ଫିଲ୍ମ ଦେଖିଥାଉ । ଫିଲ୍ମ ଫେଷ୍ଟିଭାଲ ଦ୍ୱାରା ଫିଲ୍ମ ଶିଳ୍ପକୁ ଉତ୍ସାହିତ କରିବା ସହିତ ଫିଲ୍ମ ଦେଖୁଥିବା ଦର୍ଶକଙ୍କୁ ଉତ୍ସାହିତ କରିଥାଏ । ଫିଲ୍ମ ଶିଳ୍ପରେ କାମ କରୁଥିବା ସ୍କ୍ରିନ ରାଇଟର, ଫିଲ୍ମ ମେକର ଏବଂ ସ୍କ୍ରିପ୍ଟ ରାଇଟରଙ୍କ ଦକ୍ଷତାକୁ ପ୍ରତିପାଦିତ ତଥା ଉତ୍ସାହିତ କରିବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥାଏା ଫିଲ୍ମ ଫେଷ୍ଟିଭାଲକୁ ସାଧାରଣତଃ ସବୁ ସବୁ ବର୍ଗର ଦର୍ଶକଙ୍କୁ ଆଦୃତ କରିଥାଏ ।
ଆୟୋଜନ ହେବାର ୫ଟି କାରଣ
୧. ଫିଲ୍ମ ଶିଲ୍ପକୁ ଉତ୍ସାହିତ କରିବା
ଉତ୍ସବର ଆୟୋଜନ ଦ୍ୱାରା ଫିଳ୍ମ ଶିଳ୍ପକୁ ଉତ୍ସାହିତ କରିବା ସହ ପ୍ରସାରିତ ହୋଇନଥିବା ଫିଲ୍ମକୁ ପ୍ରସାରିତ କରିବା ସହ କଳାତ୍ମକ ଫିଲ୍ମକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥାଏ । ଯାହାଦ୍ୱାରା ସମସ୍ତେ ଏକାଠି ବସି ଦେଖିବା ସହ ମନୋରଞ୍ଜନର ଖୋରାକ ପାଇଥାନ୍ତି ।
୨. ପର୍ଯ୍ୟାପ୍ତ ସୁଯୋଗ
ଏହି ଫେଷ୍ଟିଭାଲ ଫିଲ୍ମ ଶିଲ୍ପରେ ପ୍ରବେଶ କରିବାକୁ ଯାଉଥିବା ବ୍ୟକ୍ତି ବିଶେଷଙ୍କୁ ପିଲ୍ମ ବିଷୟରେ ଜାଣିବାର ଏବଂ ଏଥିପ୍ରତି ପ୍ରସ୍ତୁତି ହେବାର ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥାଏ ।
୩. ସମସ୍ତଙ୍କ ସହ ସଂଯୋଗ ସ୍ଥାପନ
ଫିଲ୍ମ ଶିଳ୍ପରେ କାମକରୁଥିବା ଫିଲ୍ମ ମେକର, ପ୍ରଯୋକ ଏବଂ ଗଣାମଧ୍ୟମ ବ୍ୟକ୍ତି ବିଶେଷଙ୍କ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାର ପ୍ରକୃଷ୍ଟ ମାଧ୍ୟମ ସାଜିଥାଏ । ଫିଲ୍ମରେ କାମକରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ଭବିଷ୍ୟତରେ ବହୁତ ସାହାଯ୍ୟ କରିଥାଏ ।
୪. ମତାମତ ଦେବାର ସୁଯୋଗ
ଫିଲ୍ମ ଫେଷ୍ଟିଭାଲରେ ସାଧାରଣ ଦର୍ଶକଙ୍କୁ ଫିଲ୍ମ ବ୍ୟକ୍ତିବିଶେଷଙ୍କୁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାର ସୁଯୋଗ ମିଳିଥାଏ । ଯାହାକି ଫିଲ୍ମ ଶିଳ୍ପରେ କାମକରୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିଥାଏ ।
୫. ଦକ୍ଷତା ପ୍ରତିପାଦନ
ଏହି ଉତ୍ସବର ଆୟୋଜନ ଦ୍ୱାରା ଫିଲ୍ମ ଶିଳ୍ପରେ କାମକରୁଥିବା ଲୋକଙ୍କ ଦକ୍ଷତାର ବିକାଶ ଘଟିଥାଏ । ଫିଲ୍ମ ଶିଳ୍ପରେ କାମ କରିବାକୁ ଆଗକୁ ଆହୁରି ଉତ୍ସାହିତ କରିଥାଏ ।

Comments are closed.