୧୪ ରେ ଖୋଲିବ ରତ୍ନ ମଣ୍ଡପ!
ରତ୍ନ ଭଣ୍ଡାର ଖୋଲିବା ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିପାରେ। ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନ ଭଣ୍ଡାର। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ।
ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଯେକୌଣସି ପ୍ରକାରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ। ଆଜି ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବା ନିମନ୍ତେ ସ୍ଥିର ହୋଇଥିଲା। ମାତ୍ର ସେ ରଥ ଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ବୈଠକରେ ସାମିଲ ହୋଇ ପାରିଲେନି। ତେଣୁ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବୈଠକରେ ସେ ଚାବିକୁ କମିଟି ସମ୍ମୁଖରେ ଉପସ୍ଥାପନ କରିବେ। ତେବେ ଉକ୍ତ ଚାବି କାମ କରୁ ବା ନ କରୁ, ସରକାରଙ୍କ ଅନୁମତି ମିଳିଲେ ଉକ୍ତ ଦିନ ରତ୍ନ ଭଣ୍ଡାର ନିଶ୍ଚିତ ଭାବେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ୍ ରଥ ।
Comments are closed.