ପୁଣି ଟିଭିରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ

ମୁମ୍ବାଇ: ବକ୍ସ ଅଫିସ୍‌ରେ ‘ଆଦିପୁୁରୁଷ’ ବିଫଳ ହେବା ପରେ ପୁଣି ଥରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ପରଦାରେ ଦେଖିପାରିବେ ଲୋକେ। ‘ରାମାୟଣ’ ଅତୀତରେ ଦୂରଦର୍ଶନରେ ପ୍ରକାଶିତ ହୋଇ ଅନେକ ଲୋକପ୍ରିୟତା ହାସଲ କରିସାରିଛି। ଏହି ସୋ’ଟି ପୁଣି ଥରେ ଟିଭିରେ ପ୍ରସାରିତ ହେବା ଶୁଣିବା ପରେ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି।

ଆପଣ ଜାଣନ୍ତି ‌ଯେ କ‌ରୋନା ସମୟରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ରାମାନନ୍ଦ ସାଗରଙ୍କୁ ‘ରାମାୟଣ’ ପୁନଶ୍ଚ ପ୍ରକାଶିତ ହୋଇଥିଲା। ଜୁଲାଇ ୫ ତାରିଖରୁ ‘ରାମାୟଣ’ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଏହା ସଂଧ୍ୟା ୭.୩୦ ସମୟରେ ‘ସେମାରୋ ଟିଭି’ରେ ଦେଖିବାକୁ ମିିଳିବ। ଏହି ସୋ’ ପ୍ରଥମେ ୧୯୮୭ ମସିହାରେ ‘ଦୂରଦର୍ଶନ’ରେ ପ୍ରସାରିତ ହୋଇଥିଲ‌ା।

ପ୍ରଭାସ, କ୍ରିତି ସାନନ୍‌ ଓ ‌ଦେବଦତ୍ତ ନାଗଙ୍କ କିଛି ସଂଳାପ ପାଇଁ ବିବାଦର ପରିସରକୁ ଆସିଥିଲା ନିର୍ଦ୍ଦେଶକ ଓମ ରାଉତଙ୍କ ‘ଆଦୁପୁରୁଷ’।ମୋଟାମୋଟି କହିବାକୁ ଗଲେ ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ବିଫଳ ହୋଇଛି।

‘ଆଦୁପୁରୁଷ’କୁ ନେଇ ରାମାନନ୍ଦ ସାଗରଙ୍କ ପୁଅ ଗଣାମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାମାୟଣ ପରି ଏକ ମହାଗ୍ରନ୍ଥକୁ ନେଇ ସିନେମା ତିଆରି କରିବା ବେଳେ ନିର୍ଦ୍ଦେଶକ ସମ୍ବେଦନଶୀଳ ହେବା ଉଚିତ ଥିଲା। ଏହି ‌ସିନେମା ତିଆରିବା ଆଗରୁ ଦଶର୍କଙ୍କ ଭାବପ୍ରବଣତା ଏବଂ ଭାବନାକୁ ସମ୍ମାନ ଦେବା ଜରୁରୀ ଥିଲା।

ଉଲ୍ଲେଖଯୋଗ୍ୟ, ସିନେମାଟି ରିଲିଜ୍‌ ହେବାର ୩ ଦିନ ପର୍ଯ୍ୟନ୍ତ ବେଶ୍‌ ଭଲ ଆୟ କରିଥିଲା। ମାତ୍ର ତା’ପରେ ଧୀରେ ଧୀରେ ଦର୍ଶକଙ୍କ ଭିତରେ ଚାହିଦା କମିଲା। ଏବେ ଏହା ଆୟ କ୍ଷେତ୍ର‌ରେ ଏକଦମ ପଛୁଆ।

Comments are closed.