ଜୁଲାଇ ୨୪ରେ ଏହି ତିନି ରାଜ୍ୟରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ୩ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଗୋଆରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିସନ୍‌ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୧୦ଟି ରାଜ୍ୟସଭା ଆସନରେ ସଦସ୍ୟମାନଙ୍କର ଆସନ୍ତା ଜୁଲାଇରୁ ଅଗଷ୍ଟ ମଧ୍ୟରେ ଅବସର ଥିବାରୁ ଉକ୍ତ ଆସନଗୁଡ଼ିକ ଖାଲି ପଡ଼ିବ। ଏହା ପୂର୍ବରୁ ନିର୍ବାଚନ ହେବ। ଜୁଲାଇରୁ ଅଗଷ୍ଟ ମଧ୍ୟରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବା ସଦସ୍ୟମାନେ ହେଉଛନ୍ତି ବିନୟ ତେନ୍ଦୁଲକର (ଗୋଆ), ଦିନେଶଚନ୍ଦ୍ର ଜେମଲଭାଇ (ଗୁଜରାଟ), ଜୁଗଳସିଂହ ମ‌ାଥୁର (ଗୁଜରାଟ), ଏସ୍‌ ଜୟଶଙ୍କର (ଗୁଜରାଟ), ଡେରେକ ଓବ୍ରାଏନ (ପଶ୍ଚିମବଙ୍ଗ), ଡୋଲା ସେନ (ପଶ୍ଚିମବଙ୍ଗ), ପ୍ରଦୀପ ଭଟ୍ଟାଚାର୍ଯ୍ୟ (ପଶ୍ଚିମବଙ୍ଗ), ସୁଶ୍ମିତା ଦେବ (ପଶ୍ଚିମବଙ୍ଗ), ଶାନ୍ତା ଚ୍ଛେତ୍ରି (ପଶ୍ଚିମବଙ୍ଗ), ସୁଖେନ୍ଦୁ ଶେଖର ରାୟ (ପଶ୍ଚିମବଙ୍ଗ)। ରାଜ୍ୟସଭା ନିର୍ବାଚନ ପାଇଁ ଜୁଲାଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଜୁଲାଇ ୧୩ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଜୁଲାଇ ୧୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥିତ୍ବ ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୧୭। ଜୁଲାଇ ୨୪ରେ ନିର୍ବାଚନ। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ। ସେହିଦିନ ହିଁ ନିର୍ବାଚନ ଫଳାଫଳ ଆସିବ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ୮ଟି ଆସନରେ ଜିତିଥିଲା। ପଶ୍ଚିମବଙ୍ଗରେ ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍‌ ଘୋଷଣା କରିଛନ୍ତି।

Comments are closed.