୯ରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ

ଆସନ୍ତା ୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଘୋଷଣା କରିଛନ୍ତି । ଏଥିରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବରିଷ୍ଠ ସାମ୍ବାଦିକ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ଉପାଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିବେ ବୋଲି ଜଣାପଡ଼ିଛି । ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ପିଜେ କ୍ୟୁରିଏନ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ଜୁଲାଇ ମାସରୁ ଶେଷ ହୋଇଥିବାରୁ ଏହି ପଦବୀ ଖାଲି ପଡ଼ିଥିଲା । ୯ ତାରିଖ ସକାଳ ୯ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ ।

Comments are closed.