ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂହ

ନବରଙ୍ଗପୁର: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍‌ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି।

ସୂଚନାଥାଉ କି, ନବରଙ୍ଗପୁରର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର ଓ ବାରିପଦାରେ ରାଜନାଥଙ୍କର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ବାରିପଦା ଯିବେ । ବାରିପଦାରେ ଅପରାହ୍ନଣ ୪ଟାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ । ବାରିପଦାରେ ବିଜୟ ସଂକଳ୍ପ ସମାବେଶ ରହିଛି। କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ସେନେଇ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ରାଜନାଥ ସିଂ।

Comments are closed.