ଲୋକସଭା ଆସନ ପୁଛିନେବ ବିଜେପି

ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ସଙ୍କଟ ଦେଖାଦେବ। ଦଳର ମାତ୍ର ଜଣେ ସାଂସଦ ନିର୍ବାଚନ ଜିତି ଲୋକସଭାକୁ ଯିବାକୁ ସକ୍ଷମ ହେବେ । ବାକି ୨୦ଟି ଲୋକସଭା ସିଟ୍ ବିଜେପି ଦଖଲକୁ ଯିବ । କଂଗ୍ରେସ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଖାତା ଖୋଲିବାରେ ସକ୍ଷମ ହେବନି । କେବଳ ସେତିକି ନୁହେଁ ବିଜେଡିର ଭୋଟ ହାର ବି ୨୦୧୯ ନିର୍ବାଚନ ତୁଳନାରେ ୨୩.୪୫% ହ୍ରାସ ପାଇବ । ଆଉ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ସୁନାମୀ ରହିଛି ଓ ବିଜେପିର ଭୋଟ ହାରରେ ୧୬.୫୦% ବୃଦ୍ଧି ପାଇବ । ଏଭଳି କିଛି ତଥ୍ୟ ଦେଇଛି ଫେଡେରାଲ-ପୁଥିଆ ଥାଲାଇମୁରି ପକ୍ଷରୁ ଦେଶବ୍ୟାପୀ ହୋଇଥିବା ସର୍ଭେ ରିପୋର୍ଟ । ଯାହାକି ଏବେ ବିଜେଡିର ପାଦତଳୁ ମାଟି ଖସାଇ ଦେଇଛି।

ଇଣ୍ଡିଆ ଟୁଡେ୍ ‘ମୁଡ୍ ଅଫ ଦି ନେସନ’ ଓ ଟାଇମ୍ସନାଓ ଭଳି ଦୁଇଟି ଜାତୀୟସ୍ତରର ସଂସ୍ଥା ମଧ୍ୟ ତା’ର ସର୍ଭେ ରିପୋର୍ଟରେ ଓଡ଼ିଶାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଥିବାର ସନ୍ଦେଶ ଦେଇଥିଲା। ଏବେ ଏହି ସଦ୍ୟ ସର୍ଭେ ରିପୋର୍ଟ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍ ତଳମୁହାଁ ହୋଇଥିବା ଉଲ୍ଲେଖ କରିଛି। ତାମିଲନାଡୁର ଆଗଧାଡ଼ିର ଏକ ଟିଭି ଚ୍ୟାନେଲ ପୁଥିଆ ଥାଲାଇମୁରାଇ ଓ ଦି ଫେଡ଼େରାଲ ଡିଜିଟାଲ ପକ୍ଷରୁ ହୋଇଥିବା ଦେଶବ୍ୟାପୀ ଏକ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଏବେ ଯଦି ନିର୍ବାଚନ ହୁଏ ତା’ହେଲେ ରାଜ୍ୟର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପିକୁ ୨୦ଟି ଓ ବିଜେଡିକୁ ମାତ୍ର ଗୋଟିଏ ଲୋକସଭା ସିଟ୍ ମିଳିବ।

Comments are closed.