ସତ୍ୟପାଲଙ୍କ ଘରେ ପଶିଲା ଇଡି

ନୂଆଦିଲ୍ଲୀ : ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ଚୁକ୍ତି ସହ ଜଡିତ ଦୁର୍ନୀତି ମାମଲାରେ ଏହି ସିବିଆଇ ଚଢ଼ାଉ କରାଯାଉଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ମାମଲାରେ ସତ୍ୟପାଲ ମଲିକଙ୍କ ଘର ଉପରେ ସିବିଆଇ ଚଢାଉ କରିଛି। ଗତ ବର୍ଷ ମେ ମାସରେ ମଧ୍ୟ ସିବିଆଇ ସମାନ ମାମଲାରେ ୧୨ଟି ସ୍ଥାନ ଉପରେ ଚଢାଉ କରିଥିଲା, ସେଥିମଧ୍ୟରୁ ସତ୍ୟପାଲ ମଲିକଙ୍କ ପୂର୍ବତନ ସହଯୋଗୀ ସ୍ଥାନ ଥିଲା। ତଦନ୍ତକାରୀ ସଂସ୍ଥା ସତ୍ୟପାଲ ମଲିକଙ୍କ ମିଡିଆ ପରାମର୍ଶଦାତା ଥିବା ସୌନକ ବାଲିଙ୍କ ଘରେ ଚଢାଉ କରିଥିଲା।

ଉତ୍ତରପ୍ରଦେଶ (ୟୁପି) ର ବାଗପାଟର ବାସିନ୍ଦା ସତ୍ୟପାଲ ମଲିକ ମିରୁଟର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିୟର ୧୯୭୪ରେ ବାଗପାଟରୁ ବିଧାୟକ ଭାବରେ ଆରମ୍ଭ ହୋଇଥିଲା। ୧୯୮୦ରେ ସେ ରାଜ୍ୟ ସଭାରେ ପହଞ୍ଚିଥିଲେ। ତା’ପରେ ୟୁପିରେ ଆଲିଗଡରୁ ଏମ୍‌ପି ହୋଇଥିଲେ। ୧୯୯୬ରେ ସମାଜବାଦି ପାର୍ଟି (ଏସପି) ଟିକେଟ ପାଇଥିଲେ କିନ୍ତୁ ଏହି ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା।

ତା’ପରେ ୨୦୦୪ରେ ସେ ଭାଜପାର ଅଂଶ ହୋଇଥିଲେ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଏଥର ମଧ୍ୟ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ୨୦୧୨ରେ, ତାଙ୍କୁ ଭାଜପାର ରାଷ୍ଟ୍ରୀୟ ଉପସଭାପତି କରାଯାଇଥିଲା ଏବଂ ତା’ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ୪ଟି ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଥିଲା।

Comments are closed.