ଆଜିଠୁ ୪ ଦିନ ବର୍ଷିବ

ଭୁବନେଶ୍ୱର : ଆଜିଠୁ ୪ ଦିନ ବର୍ଷିବ। ୧୬ ଜୁନ୍‌ରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି। ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ ଜନିତ ବର୍ଷା।

ଆଜି ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଓ ଏହାର ଆଖପାଖ ଅ଼ଞ୍ଚଳରେ ପାଗ ମେଘୁଆ ରହିବ। ଏପଟେ ୧୫ ଜୁନ୍‌ରୁ ଆଜି ସୁଦ୍ଧା ରାଜ୍ୟରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ୯୪.୭ ତୁଳନାରେ ପାଖାପାଖି ୪ ପ୍ରତିଶତ ଅଧିକ ।

Comments are closed.