ଭୟଙ୍କର ବର୍ଷାରେ ୪ ନିଖୋଜ

ଶିମଲା: ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଜାରି ରହିଛି । ଆଜି ସକାଳୁ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ଓ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୪ ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଛନ୍ତି ଗ୍ରାମବାସୀ । ପୋଲିସ, ପ୍ରଶାସନର ଟିମ ବର୍ଷା ସ୍ଥିତି ଉପରେ ନଜର ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ହଠାତ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ଜଳ ପ୍ରବାହ ଫଳରେ ଘରଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଲ୍ଲୁରେ ଏକ ପୋଲ ମଧ୍ୟ ବର୍ଷା ଜଳରେ ଭୁଶୁଡି ପଡିଥିବା ସୂଚନା ମିଳିଛି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ । ପ୍ରବଳ ବର୍ଷା ଯୋଗୁ ନଦୀ ଓ ନାଳରେ ଜଳସ୍ତର ହଠାତ ବଢିବାରେ ଲାଗିଥିବାରୁ, ତଳିଆ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରଶାସନ ପ୍ରକ୍ରିୟା ଜାରି ରଖିଥିବା ମଧ୍ୟ ସୂଚନା ମିଳିଛି

Comments are closed.