ସତର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ , ୧୦ ଅଭିଯୁକ୍ତ ଗିରଫ
ମାଲକାନଗିରି(ଅପୂର୍ଵ ଥଣ୍ଡର) : ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା,ସତର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ୧୦ ଅଭିଯୁକ୍ତ ଗିରଫ କରିଛି ପୋଲିସ l ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇଥିଲା l ଗତକାଲି ରାତିରେ ନୂଆଗୁଡା ପଞ୍ଚାୟତ ଆରଏସସି -୧୦,ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳ ଗ୍ରାମ ଅଞ୍ଚଳରେ ନାଇଟ ପାଟ୍ରୋଲିଙ୍ଗ କରୁଥିବା ସମୟରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖି ପୁଲିସ ତାଙ୍କର ପିଛା କରିଥିଲେ l ପୁଲିସ ଗାଡିକୁ ଦେଖି ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଥିଲେ, ଉକ୍ତ ଠିଆ ହୋଇଥିବା ସ୍ଥାନରେ ସେମାନେ ୭୬ ଗୋଟି ଜରି ବ୍ୟାଗ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଅନ୍ୟ ପକ୍ଷରେ ପୁଲିସ ଅଭିଯୁକ୍ତ ମାନଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା l ପୁଲିସ ୭୬ ଟି ଗଞ୍ଜେଇ ବ୍ୟାଗ କୁ ଜବତ କରିବା ସହିତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ l ଏହି ୭୬ ଗୋଟି ବ୍ୟାଗରେ ୧୭ କୁଇଣ୍ଟାଲ ୧୫ କେଜି ଆଠଶହ ଗ୍ରାମ ଗଞ୍ଜେଇ ଥିଲା ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ l ଉକ୍ତ ଗଞ୍ଜେଇ କୁ ଆନ୍ଧ୍ର ପ୍ରଦେଶ କୁ ଚାଲାଣ କରାଯାଉଥିଲା l ତେବେ ବର୍ତ୍ତମାନ ଚିତ୍ରକୋଣ୍ଡା ଥାନା ପକ୍ଷରୁ ଅଭିଯୁକ୍ତ ଙ୍କ ନାମରେ ଗୋଟିଏ କେଶ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି |
Comments are closed.