ମେ ୨୦ରେ ‘ଲଭ୍ ଫିଭର୍

ଏ ମାସ ୨୦ ତାରିଖରେ ସାରା ଓଡ଼ିଶାରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ମୁନ୍ ଟିଭି ମୁଭିଜ୍‌ର ସପ୍ତମ ଚଳଚ୍ଚିତ୍ର ‘ଲଭ୍ ଫିଭର୍‌’ । ଫିଲ୍ମର ପ୍ରଯୋଜନା କରିଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପି. କୁମାର। ସଚ୍ଚିକାନ୍ତଙ୍କ କାହାଣୀ ଆଧାରରେ ‘ଲଭ୍ ଫିଭର୍’ର ଚିତ୍ରନାଟ୍ୟ ଲେଖିବା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦନ ଜାନା । ଫିଲ୍ମର ମେଲ୍ ଲିଡ୍ ଓ ଫିମେଲ୍‌ ଲିଡ୍ ଭାବେ ଅଭିନୟ କରିଛନ୍ତି ଯଥାକ୍ରମେ ରାଜବୀର ଓ ବନ୍ଦନା ପରମାଣିକ । ଅନ୍ୟାନ୍ୟ ଚରିତ୍ରରେ ଦର୍ଶକ ଅକ୍ଷୟ ଦାଶ, ସନ୍ତୋଷ ନାୟକ, ମୀନକେତନ, ଅଶ୍ରୁମୋଚନ, ଅସିତ ପତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସୁଜାତା, ତାନ୍ତ୍ର ପ୍ରମୁଖଙ୍କୁ ଦେଖିବେ । କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ପୂର୍ବରୁ ମୁନ୍ ଟିଭି ମୁଭିଜ୍ ପକ୍ଷରୁ ‘ଝିଅଟା ବିଗିଡ଼ିଗଲା’, ‘ବଜରଙ୍ଗୀ’, ‘ହୀରାଲାଲ୍ ମୋତିଲାଲ୍’, ‘ସୁନ୍ଦର ଗଡ଼ର ସଲମାନ୍‌ ଖାନ୍’ ପ୍ରମୁଖ ଚଳଚ୍ଚିତ୍ର ମୁକ୍ତିଲାଭ କରି ବେଶ୍ ଲୋକପ୍ରିୟତା ଲାଭ କରିଛି।

Comments are closed.