ନିରାକାରପୁର ଆଳୁ ଗୋଦାମରେ ଟାଙ୍ଗୀ ଯୋଗାଣ ବିଭାଗର ଚଢ଼ାଉ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ବଜାରରେ ଆଜି ଟାଙ୍ଗୀ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବିଶେଷ ସୁତ୍ରରୁ ଖବର ପାଇ ଟାଙ୍ଗୀ ଯୋଗାଣ ବିଭାଗ ଇନିସ୍ପେକ୍ଟର ଚଢ଼ାଉ କରିଥିଲେ । ଆଗକୁ ବାତ୍ୟା ଆସୁଥିବାରୁ ଲୋକ ଭୟଭିତ ଅବସ୍ଥାରେ ଥିବାବେଳେ ନିରାକାରପୁରରେ ଆଳୁ ଦର ଆକାଶ ଛୁଆଁ ହୋଇଯାଛି । ଆଳୁ କେଜିପ୍ରତି ୨୪ଟଙ୍କା ପରିବର୍ତ୍ତେ ୨୮ଟଙ୍କା ଓ ୩୦ଟଙ୍କା ରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା ।ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ଆଳୁ କେଜିପ୍ରତି ୨୪ ଟଙ୍କା ପିଆଜ ୧୫ ଟଙ୍କା ସରକାରୀ ମୁଲ୍ୟରେ ବିକ୍ରି କରିବା ପାଇଁ ଦୋକାନରେ ରେଟ ଚାଟ ଲଗାଇ ଥିଲେ ଏଵଂ ସେମାନଙ୍କୁ ତାଗିଦ୍ କରାଯାଇଥିଲା ଯିଏ ଚଢ଼ା ରେଟରେ ବିକ୍ରି କରୁଥିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
Comments are closed.