ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ଗର୍ଜିଲ କଂଗ୍ରେସ

ନୂଆଦିଲ୍ଲୀ :ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍‌-ପାର୍ ମୁଡ୍‌ରେ ରହିଛି। କଂଗ୍ରେସ ଦଳ ଏବେ କୋର୍ଟ ସମେତ ଏବେ ରାସ୍ତା ଉପରକୁ ଓହ୍ଲାଇଛି। ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ ଆରମ୍ଭ କରିଛି।

ଆଜି ସକାଳୁ କଂଗ୍ରେସର ବରିଷ୍ଟ ନେତାମାନେ ରାଜଘାଟର ମହାତ୍ମା ଗାନ୍ଧୀଙ୍କ ସମାଥି ସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ଅନୁମତି ମିଳିନାହିଁ। କଂଗ୍ରେସ କରିଥିବା ଅନୁରୋଧକୁ ଆଇନ-ଶୃଙ୍ଖଳା କାରଣ ଦର୍ଶାଇ ଅଗ୍ରାହ୍ୟ କରାଯାଇଥିଲେ ବି ରାଜଘାଟ ସମ୍ମୁଖରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା କେ.ସି. ବେଣୁଗୋପାଳ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସତ୍ୟାଗ୍ରହର ନେତୃତ୍ୱ ନେଇଛନ୍ତି। ଗାନ୍ଧୀ ଦର୍ଶନ ମଞ୍ଚରେ କଂଗ୍ରେସର ସମସ୍ତ ନେତା କର୍ମୀ ଏକାଠି ହୋଇଛନ୍ତି, ଏହା ରାଜଘାଟ ପାଶ୍ୱର୍ରେ ହିଁ ରହିଛି।

କଂଗ୍ରେସ ନେତା ଓ ସମର୍ଥକମାନେ ରାଜଘାଟ ସମ୍ମୁଖରେ ଥିବା ଗାନ୍ଧୀ ଦର୍ଶନ ମେମୋରିଆଲ୍ ବାହାରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ସଲ୍‌ମନ୍ ଖୁର୍ସିଦ୍ ଓ ସେବା ଦଳ କଂଗ୍ରେସ ମଧ୍ୟ ସେଠାରେ ପହଞ୍ଚିଛନ୍ତି।

Comments are closed.