ସାମ୍ବାଦିକ ସମ୍ମିଳନୀ କରି ଏମିତି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ :କେରଳର ୱାୟାନାଡରୁ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହେବାର ଗୋଟିଏ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସର ରାହୁଲ ଗାନ୍ଧି କହିଛନ୍ତି ଯେ, ସେ ଭୟଭୀତ ନୁହଁନ୍ତି । ନିଜ ପଦର ରଦ୍ଦ ଏବଂ ଜେଲଦଣ୍ଡାଦେଶକୁ ନେଇ ସେ ମଧ୍ୟ ବିଚଳିତ ନୁହନ୍ତି।

ସେ କହିଛନ୍ତି ଯେ, “ମୁଁ ଭୟଭୀତ ନୁହେଁ ବା ଆଜୀବନ ଅଯୋଗ୍ୟ ହେବା କିମ୍ବା ଜେଲରେ ରହିବାକୁ ନେଇ ସେ ଖାତିର କରନ୍ତି ନାହିଁ। ମୁଁ ମୋର କାର୍ଯ୍ୟ ଜାରି ରଖିବି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଦାନୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଜାରି ରଖିବି। ମୁଁ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି। ଯାହା ବର୍ତ୍ତମାନ ମୋର ମୁଖ୍ୟ ଲକ୍ଷ ପାଲଟିଥିବା ରାହୁଲ କହିଛନ୍ତି।

ମୋର ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ଭୟଭୀତ ଥିବାରୁ ମୁଁ ଅଯୋଗ୍ୟ ହୋଇଛି । ମୁଁ ତାଙ୍କ ଆଖିରେ ଏହା ଦେଖିଛି। ସେଥିପାଇଁ ଏକ ଡ୍ରାମାର ରୂପ ଦେଇ ମୋତେ ଅଯୋଗ୍ୟ ଘୋଷଣା କରାଯାଇଛି। ଆଦାନୀ ପ୍ରସଙ୍ଗରେ ନିଜକୁ ଲୁଚାଇବା ପାଇଁ ପାଇଁ ଏହା ଏକ ସମ୍ପୂର୍ଣ୍ଣ ନାଟକ ରଚନା କରାଯାଇଛି। ୨୦,୦୦୦ କୋଟି ଟଙ୍କା ଆଦାନି ସେଲ୍ କମ୍ପାନୀକୁ ଯାଇଛି। ଆଦାନି ମାମମଲାରେ ମିଳିତ ମିଳିତ ସଂସଦୀୟ କମିଟି ଅନୁସନ୍ଧାନ ପାଇଁ ବିରୋଧୀଙ୍କ ଦାବିକୁ ନେଇ ସେ କହିଛନ୍ତି ଯେ, ମୋର କାର୍ଯ୍ୟ ହେଉଛି ଦେଶର ଗଣତନ୍ତ୍ରକୁ ରକ୍ଷା କରିବା। ଅର୍ଥାତ୍ ଦେଶର ଅନୁଷ୍ଠାନକୁ ରକ୍ଷା କରିବା। ଗରିବଙ୍କ ସ୍ୱରକୁ ରକ୍ଷା କରିବା। ରାହୁଲ କହିଛନ୍ତି ଯେ, ସେ ସବରକର ନୁହଁନ୍ତି। କ୍ଷମା ମାଗିବାର ପ୍ରଶ୍ନ ଉଠୁନି। ଗାନ୍ଧି କାହାକୁ କ୍ଷମା ମାଗନ୍ତି ନାହିଁ।

Comments are closed.