ରାହୁଲଙ୍କୁ ଅଟକାଇଲେ ପୋଲିସ

ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ପ୍ରବଳ ହଙ୍ଗାମା। ଗତକାଲି ରାହୁଲ ଗାନ୍ଧିଙ୍କୁ ମନ୍ଦିରକୁ ପ୍ରବେଶ କରାଇ ନଦେବାରୁ ରାସ୍ତାରେ ବସିଥିଲେ ଶତାଧିକ କର୍ମୀ। ଆଜି ପୁଣି ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ଏହି ଯାତ୍ରାକୁ ବନ୍ଦ କରିଛି।

ଆଜି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.