କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ଜ୍ୱାଳା’ ଖୁସି ଖବର ଦେଇଛି। ନାମିବିୟାରୁ ଆସିଥିବା ଏହି ବାଘୁଣୀ ‘ଜ୍ୱାଳା’ ତିନିଟି ଶାବକକୁ ଜନ୍ମ ଦେଇଛି, ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଉଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।

ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, “କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବିୟା ଚିତା ତିନିଟି ଶାବକ ଜନ୍ମ ଦେଇଛି।” ସେ ଆହୁରି କହିଛନ୍ତି, “ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀମାନଙ୍କୁ ଅଭିନନ୍ଦନ। ଏହିପରି ଭରତର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ହେଉ।” ମନ୍ତ୍ରୀ ନବଜାତ ଚିତାଙ୍କ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

Comments are closed.