ନିଜ ବିବାହକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ: ନିଜ ବିବାହକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି। ଉପଯୁକ୍ତ ପାତ୍ରୀ ମିଳିଲେ ସେ ବିବାହ କରିବେ ବୋଲି କହିଛନ୍ତି। ସୋଶାଲ ମିଡିଆରେ ସେୟାର କରାଯାଇଥିବା ଏକ ଇଣ୍ଟରଭ୍ୟୁରେ ରାହୁଲ ଏକଥା କହିଛନ୍ତି। ୫୨ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ଦେଶରେ ସବୁଠାରୁ ଯୋଗ୍ୟ ବ୍ୟାଚଲର ବୋଲି ବିବେଚନା କରାଯାଉଛି। କରଲି ଟେଲସ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟରେ ରାହୁଲ ନିଜ ବିବାହ ଯୋଜନ ବିଷୟରେ ଖୁଲାସା କରିଛନ୍ତି। ସାକ୍ଷାତକାର ନେଉଥିବା ବ୍ୟକ୍ତି ପଚାରୁଛନ୍ତି ଯେ, ଆପଣ ନିକଟ ଅତୀତରେ ବିବାହ ପାଇଁ ଯୋଜନା କରୁଛନ୍ତି କି ? ନିମନ୍ତ୍ରଣ କାର୍ଡ଼ ପ୍ରସ୍ତୁତ ହେଲାଣି କି ନାହିଁ ? ଏହାର ଉତ୍ତରରେ ରାହୁଲ ଗାନ୍ଧି କହୁଛନ୍ତି ଯେତେବେଳେ ଯୋଗ୍ୟ କନ୍ୟା ମିଳିବେ ସେ ବିବାହ ପାଇଁ ପ୍ରସ୍ତୁତ।

ଏଥିପାଇଁ ସେ କନ୍ୟା ପାତ୍ର ଖୋଜିବା ଆରମ୍ଭ କଲେଣିକି, ଉପଯୁକ୍ତ ପାତ୍ରୀ ନେଇ ସେମିତି କିଛି ତାଲିକା ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଶ୍ନ ହୋଇଥିଲା। ଏହାର ଉତ୍ତରରେ ରାହୁଲ ଗାନ୍ଧି ନା କହିବା ସହ ତାଙ୍କ ନଜରରେ ପାର୍ଟନର ଜଣେ ପ୍ରେମମୟୀ ଓ ବୁଦ୍ଧିମତୀ ହୋଇଥିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ତାଙ୍କୁ କେହି ଯୁବତୀ ଏଥିପାଇଁ ମେସେଜ୍‌ କରନ୍ତିକି ବୋଲି ପ୍ରଶ୍ନ ହେବାରୁ ରାହୁଲ ଗାନ୍ଧି ଲାଜକୁଳା ହସ ହସିଥିଲେ। ଆଉ କହିଥିଲେ ଆପଣ ମୋତେ ବିଷମ ପରିସ୍ଥିତିରେ ପକାଇ ଦେଉଛନ୍ତି।

Comments are closed.