କାହିଁକି ବନ୍ଦ ରହିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି ଭାରତ ଯୋଡ଼ୋ ଯାତ୍ରା। କଂଗ୍ରେସ ପକ୍ଷରୁ ଜାରି ରହିଥିବା ଏହି ଯାତ୍ରା ଜମ୍ମୁ ଏବଂ କଶ୍ମୀରିର ବାନିହାଲର କ୍ୱାଜିଗୁଣ୍ଡରେ ୨୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ଏହି ବିଳମ୍ବ ପାଇଁ ସୁରକ୍ଷା ତ୍ରୁଟିକୁ ଦାୟୀ କରିଛନ୍ତି କଂଗ୍ରେସ ନେତା କେସି ଭେନୁଗୋପାଲ। ସୁଚକ୍ଷାଜନିତ ତ୍ରୁଟିକୁ ନେଇ ଅଭିଯୋଗ ହେବା ପରେ ରାହୁଲ ଗାନ୍ଧିଙ୍କୁ ଏକ କାରରେ ଫେରାଇ ନିଆଯାଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆ ନଯିବାରୁ ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ କରିବାକୁ ପଡ଼ିଥିଲା ବୋଲି କଂଗ୍ରେସ କହିଛି। ଯଦି ଆଗକୁ ସୁରକ୍ଷ୍ୟା ଯୋଗାଇ ଦିଆ ନଯାଏ ତେବେ କଂଗ୍ରେସ ଏହି ଯାତ୍ରାକୁ ବାଧ୍ୟ ହୋଇ ବନ୍ଦ କରିବ ବୋଲି ଦଳ କହିଛି। ଭାରତ ଯୋଡ଼ୋ ଯାତ୍ରାରେ କୌଣସି ସୁରକ୍ଷା ନାହିଁ।

ଆମେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ବିନା ଆଗକୁ ଯିବାକୁ ଦେଇ ପାରିବୁ ନାହିଁ। ଯଦିଓ ସେ ଚାଲିବାକୁ ଚାହାଁନ୍ତି, ଆମେ ଏହାକୁ ଅନୁମତି ଦେଇ ପାରିବୁ ନାହିଁ। ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ଏଠାକୁ ଆସିବାକୁ ପଡ଼ିବ ବୋଲି କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ କହିଛନ୍ତି। ଆଜି ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରେ ପ୍ରବେଶ କରିବା ପରେ ବନିହାଲ୍‌ରେ ଜମ୍ମୁ ଓ କଶ୍ମୀର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ନେତା ଓମାର୍‌ ଅବ୍ଦୁଲ୍ଲା ରାହୁଲ୍‌ ଗାନ୍ଧୀଙ୍କ ସହିତ ମିଶି ପଦଯାତ୍ରା କରିଛନ୍ତି।

Comments are closed.