ଉପେନ୍ଦ୍ର କୁଶୱାହାଙ୍କୁ ଦଳରୁ ବାହାରିବାକୁ ନିର୍ଦ୍ଦେଶ ଦେଲେ ନୀତିଶ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ସହଯୋଗୀ ତଥା ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ଜେଡିୟୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୈତୃକ ସମ୍ପତ୍ତିର ଭାଗ ନ ପାଇବା ଯାଏ ଉପେନ୍ଦ୍ର ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଜେଡିୟୁ ଓ ନୀତୀଶ କୁମାର ବିଜେପି ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ହେଲେ ଗୁପ୍ତ ଭାବେ ଉପେନ୍ଦ୍ର ବିଜେପି ସହ ସମ୍ପର୍କ ରଖିଛନ୍ତି। ଏକଥା ଜଣାପଡ଼ିବା ପରେ ନୀତୀଶ କୁମାର ତାଙ୍କୁ ଦଳ ଛାଡ଼ିବାକୁ କହିଛନ୍ତି।
ତେବେ ଉପେନ୍ଦ୍ର କୁଶୱାହା ଟ୍ୱିଟ କରି କହିଛନ୍ତି, “ଭଲ କଥା କହିଲେ ଭାଇ ସାହେବ! ଯଦି ସାନ ଭାଇମାନେ ଏମିତି ବଡ଼ ଭାଇଙ୍କ ପରାମର୍ଶକ୍ରମେ ଘରେ ଛାଡ଼ିବେ, ତା’ହେଲେ ବଡ଼ଭାଇମାନେ ବାପା-ଦାଦାଙ୍କ ସବୁ ସମ୍ପତ୍ତି ନିଜେ ଏକୁଟିଆ ନେଇଯିବେ। ସେମାନେ ସାନ ଭାଇମାନଙ୍କୁ ବାହାର କରି ସବୁ କିଛି ଏକା ହଡ଼ପ କରିନେବେ। ମୁଁ କେମିତି ପୂରା ସମ୍ପତ୍ତିରୁ ଭାଗ ନ ନେଇ ଘର ଛାଡ଼ିବି?“
Comments are closed.