ଓଡ଼ିଶା ଆସିବେନି ରାହୁଲ ଗାନ୍ଧି, ଜାଣନ୍ତୁ କାରଣ

ଶୁକ୍ରବାର ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଆଜି ରାହୁଲ ରାୟଗଡ଼ା ଗସ୍ତରେ ଆସି ଏକ ସମାବେଶରେ ସମ୍ବୋଧିତ କରିଥାନ୍ତେ। ମାତ୍ର ଏହି ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛି କଂଗ୍ରେସ। ରାଏବରେଲିରୁ ରାହୁଲ ତାଙ୍କର ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିବାରୁ ସେ ରାୟଗଡ଼ା ସମାବେଶରେ ଯୋଗ ଦେଇପାରିବେନି। ଆଜି ମଧ୍ୟାହ୍ନରେ ରାହୁଲଙ୍କ ରାୟଗଡ଼ା ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା।

Comments are closed.