ପାଲେଷ୍ଟାଇନକୁ ସମର୍ଥନ ଦେଲା ଭାରତ

ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି। ଜାତିସଂଘର ଏକ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ଦୁଇ ରାଜ୍ୟ ସମାଧାନକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ଫଳରେ ପାଲେଷ୍ଟାଇନର ଲୋକମାନେ ନିରାପଦ ସୀମା ମଧ୍ୟରେ ଏକ ସ୍ବାଧୀନ ଦେଶରେ ରହିପାରିବେ। ମିଳିତ ଜାତିସଂଘରେ ପାଲେଷ୍ଟାଇନର ଆବେଦନକୁ ପୁନଃବିଚାର କରିବା ବିଷୟରେ ସେ କହିଥିଲେ। ଭାରତର ଏହି ପଦକ୍ଷେପ ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ରାଜ୍ୟକୁ ବିପଦ ଭାବରେ ଦେଖୁଛନ୍ତି।

ଜାତିସଂଘର ସଦସ୍ୟତା ପାଇଁ ପାଲେଷ୍ଟାଇନ ନିକଟରେ ଆବେଦନ କରିଥିଲା, ଯାହା ଆମେରିକାର ଭିଟୋ କାରଣରୁ ପାସ ହୋଇପାରି ନ ଥିଲା ନାହିଁ। କାମ୍ବୋଜ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ ଉପଯୁକ୍ତ ସମୟରେ ଏହାର ପୁନର୍ବିଚାର କରାଯିବ ଏବଂ ମିଳିତ ଜାତିସଂଘର ସଦସ୍ୟ ହେବା ପାଇଁ ପାଲେଷ୍ଟାଇନର ଉଦ୍ୟମକୁ ସମର୍ଥନ କରାଯିବ।

ଏହି ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମଧ୍ୟ ହମାସକୁ ନିନ୍ଦା କରିଛନ୍ତି। ଅକ୍ଟୋବର ୭, ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦକୁ ଯଥାର୍ଥ ବିବେଚନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ରହିଆସିଛି। ଆମେ ମଧ୍ୟ ସମସ୍ତ ବନ୍ଧକଙ୍କୁ ସର୍ତ୍ତମୂଳକ ମୁକ୍ତ କରିବାକୁ ଦାବି କରୁଛୁ ।

Comments are closed.