ଆଦାନୀଙ୍କୁ ଟାର୍ଗେଟ କରି ଏମିତି କହିଲେ ରଘୁରାମ

0

ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ସଂସ୍ଥା ହିଣ୍ଡେନ୍‌ବର୍ଗ ଯେଉଁ ଅଭିଯୋଗ ଆଣିଛି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାହିଁକି ତାହାର ମୂଳକୁ ଯାଉନାହିଁ। ସେବିକୁ ତଦନ୍ତ ଏଜେନ୍ସିର ସାହାଯ୍ୟ ଦରକାର କି? ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରଶ୍ନ କରିଛନ୍ତି।

ମରିସସ୍‌ର ଯେଉଁ ସଂସ୍ଥା ଆଦାନି କଂପାନିର ସେୟାରକୁ ପାଖରେ ରଖିଛି ଓ ଟ୍ରେଡିଂ କରୁଛି ତାହାର ପ୍ରକୃତ ମାଲିକ କିଏ ତାହା ଜାଣିବା ଲାଗି ସେବି କାହିଁକି ଉଦ୍ୟମ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଭୂମିକା ସମ୍ପର୍କରେ ସେ କହିଛନ୍ତି ଯେ ଏଭଳି ମାମଲାରେ ସରକାର ଓ ବ୍ୟବସାୟ ମଧ୍ୟରେ ଥିବା ଅଣ-ସ୍ବଚ୍ଛ ସମ୍ପର୍କକୁ ହ୍ରାସ କରିବାକୁ ହେବ। ନିୟାମକୁ ସଂସ୍ଥାକୁ ତାହାର କାମ କରିବାକୁ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.