ଭାରତର ଅର୍ଥନୀତିକୁ ନେଇ ଏମିତି କହିଲେ ରଘୁରାମ ରାଜନ
ନୂଆଦିଲ୍ଲୀ: ଭାରତ ଏବେବି ଏକ ଛୋଟ ଅର୍ଥନୀତିର ଦେଶ ହୋଇରହିଛି। ଚୀନକୁ ଏହା ଅତିକ୍ରମ କରି ଆଗକୁ ବଢ଼ିଯିବ ବୋଲି ଏବେଠାରୁ ଅକଳନ କରିହେବନି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସ୍ବିଜରଲାଣ୍ଡର ଡାଭୋସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତ ପଞ୍ଚମ ବୃହତ ଅର୍ଥନୀତି ହୋଇସାରିଲାଣି। ଏହା ଆଗକୁ ବଢୁଛି ଓ ଆହୁରି ବଡ ହୋଇପାରିବ। ତେବେ ସମଗ୍ର ବିଶ୍ୱରେ ଚୀନ ଭଳି ପ୍ରଭାବ ସୃଷ୍ଟି କରିବା ବଡ଼ କଥା ବୋଲି ସେ କହିଛନ୍ତି।
ବିଶ୍ଵ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ବିଷୟରେ ସେ କହିଛନ୍ତି ଯେ ଚୀନ ଅର୍ଥନୀତିରେ ସୁଧାର ନହେବା ପର୍ଯ୍ୟନ୍ତ ବିଶ୍ବ ଅର୍ଥନୀତିରେ ସମସ୍ୟା ରହିବ। ରୁଷ୍ ରାଷ୍ଟ୍ରପତି ପୁଟିନ୍ ଯଦି ଆଗୁଆ ଯୁଦ୍ଧ ଶେଷ କରିବେ ତେବେ କିଛି ହୋଇପାରେ। ଚୀନରେ କିନ୍ତୁ ଏପ୍ରିଲ ସୁଦ୍ଧା ସୁଧାର ଆରମ୍ଭ ହୋଇଯିବ ବୋଲି ରାଜନ କହିଛନ୍ତି।