ଯୁଦ୍ଧ ବନ୍ଦ କରିବାକୁ କହିଲେ ପୁଟିନ

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ଇସ୍ରାଏଲ-ହମାସ ଯୁଦ୍ଧ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ହମାସ ଇସ୍ରାଏଲ ଉପରେ ର୍ନିଦ୍ଦୟ ଆକ୍ରମଣ କରିଥିଲା କିନ୍ତୁ ବର୍ତ୍ତମାନ ଇସ୍ରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣ ମଧ୍ୟ ନିଷ୍ଠୁର ଅଟେ।

ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଦେଶ ବାହାରକୁ ଯାଇଛନ୍ତି। କିର୍ଗିଜସ୍ଥାନର ରାଜଧାନୀରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟ ପୂର୍ବରେ କ’ଣ ଘଟୁଛି ରୁଷିଆ ଜାଣିଛି। ଇସ୍ରାଏଲ ଗାଜା ଅଞ୍ଚଳକୁ ଅବରୋଧ କରିଛି। ଇସ୍ରାଏଲ କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ କରୁଛି।

Comments are closed.