ବିଧାନସଭାରେ ରାଗିଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ ବିଧାନସଭାରେ ଆଜି ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିରୋଧୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସେମାନଙ୍କୁ ବିତର୍କ ବେଳେ ବିଧାନସଭାର ଗୋଟିଏ ରୁମରେ ତାଲା ପକାଇ ରଖିବାକୁ ବାଚସ୍ପତିଙ୍କୁ କହିଛନ୍ତି।

ଏଥିସହ ସେ ଗୋଟିଏ ତାଲା ଓ ଚାବି ମଧ୍ୟ ବାଚସ୍ପତି ଦେଇଛନ୍ତି। ଏହାଦ୍ୱାରା ବିରୋଧୀ ବିଧାୟକମାନେ ଆଲୋଚନା ବେଳେ ଆଉ ବାହାରକୁ ଯାଇ ପାରିବେ ନାହିଁ ବୋଲି ସେ କହିବା ପରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।

ବଜେଟ ଅଧିବେଶନର ଦ୍ୱିତୀୟ ଦିନର ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ କହିଥିଲେ ଯେ ସେ ବାଚସ୍ପତିଙ୍କ ପାଇଁ ଗୋଟିଏ ଉପହାର ଆଣିଛି। ସମ୍ଭବତଃ ଏପରି ଉପହାର କେବେ କେହି ଦେଖି ନଥିବେ। ଏହାପରେ ସେ ବାଚସ୍ପତିଙ୍କୁ ଗୋଟିଏ ହଳଦିଆ ରଙ୍ଗର ଏନଭଲପ୍ ଦେଇଥିଲେ। ଏଥିରେ ଗୋଟିଏ ଚାବି ଓ ତାଲା ରହିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଏପରି ଆଚରଣକୁ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିରୋଧୀ କେଉଁ ଆଡେ ଯିବେ ନାହିଁ ବୋଲି ସେ କହିଥିଲେ। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Comments are closed.