ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ

ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ। ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋଶାଲ ମିଡିଆ ଜରିଆରେ ହତ୍ୟା କରିବାର ଧମକ ଦେଇଛି। ଏହି ଯୁବକଙ୍କ ନାମ ମୋହମ୍ମଦ ରସୁଲ ବୋଲି ଜଣାଯାଇଛି। ଏନେଇ କର୍ଣ୍ଣାଟକାର ୟାଦଗିରି ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବକ ଜଣକ ହାତରେ ଏକ ଖଣ୍ଡା ଧରି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦିଙ୍କୁ ହତ୍ୟା କରିବେ।

ଏଭଳି ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆମ୍ଭ କରିଛି କର୍ଣ୍ଣାଟକ ପୁଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦରୁ ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି।

 

Comments are closed.